ନିଷ୍ଠା ଆଉ ପ୍ରତିବଦ୍ଧତା ଆଣିଦେଇଛି ଏମାନଙ୍କୁ ପଦ୍ମଶ୍ରୀ

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧୀରେ ଭୂଷିତ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । ଦେଶ ଜାତି ପାଇଁ ଗୌରବ ଆଣିଥିବା କିଛି ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ କେନ୍ଦ୍ର ସରକାର ଚୟନ କରନ୍ତି ଏହି ମର୍ଯ୍ୟଦାଜନକ ସମ୍ମାନ ପାଇଁ । ଅନେକଙ୍କ ଧାରଣା ଏଥିପାଇଁ ବୋଧହୁଏ ଦରକାର ପଡିଥାଏ ବହୁତ ଜ୍ଞାନ ଆଉ ପରାକାଷ୍ଠା ବା ଖୋସାମଦୀ। କିନ୍ତୁ ତାହା ନୁହେଁ ଏହି ପୁରସ୍କାର ଦୃଢ ପ୍ରତିବଦ୍ଧତା ଆଉ ନିଷ୍ଠା ଉପରେ ହିଁ ବିଚାର କରାଯାଏ । ପଦ୍ମ ପୁରସ୍କାରର ଇତିହାସକୁ ଦେଖିଲେ ଅନେକ ଅପରିଚିତ ସହଜ ସରଳ ମଣିଷ ମାନଙ୍କୁ ଏଥିପାଇଁ ଚୟନ କରାଯାଇଛି ।

ଆମ ରାଜ୍ୟରୁ ପଦ୍ମ ପୁରସ୍କାରରେ ପୁରସ୍କୃତ ହୋଇଥିବା ହଳଧର ନାଗ, ତୁଳସୀ ମୁଣ୍ଡା, କମଳା ପୁଜାରୀ, ଡି ପ୍ରକାଶ ରାଓ, ଦୈତାରୀ ନାଏକ ଅନ୍ୟତମ ।

ନାଁ ଏମାନଙ୍କ ପାଦରେ ଆଭିଜାତ୍ୟର ନମୂନା ଚପଲ ଅଛି ନା ଆକର୍ଷଣୀୟ ବେଶ ପୋଷାକ ଅଛି, ଆଖିରେ ନାଁ କଳା ଚଷମା ଅଛି ବା ଆଖି ଝଲସିଆ ବେଶପାଟି ଅଛି ତଥାପି ଏମାନେ ଆମ ସମସ୍ତଙ୍କ ପାଇଁ ଆଦର୍ଶ । ଏମାନଙ୍କର ଦୃଢ ନିଷ୍ଠା ଆଉ ପ୍ରଚଣ୍ଡ ଆତ୍ମବିଶ୍ବାସ ଆଜି ସେମାନଙ୍କୁ ସ୍ବତନ୍ତ୍ର ମର୍ଯ୍ୟଦା ଦେଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଠ ଯେ ଜୀବନରେ ସଫଳତା ଆଉ ମର୍ଯ୍ୟଦା ପାଇଁ ବେଶ ପୋଷାକ ଅପେକ୍ଷା ନିଷ୍ଠା ଆନ୍ତରିକତାର ସହ କିଛି ନୂଆକରି ଦେଖାଇବାର ଉଦ୍ୟମ ବେଶୀ ଆବଶ୍ୟକ ।

Related Posts