ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ

ସମ୍ବଲପୁର : ଆଜି ରେଢାଖୋଲ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ବନ୍ଦ ରହିବ ରେଢାଖୋଲ । ବନ୍ଦ ଡାକରା ପାଇଁ ଆହ୍ଵାନ ଦେଇଛି ରେଢାଖାଲ ନାଗରିକ କମିଟି। ଜରୁରୀ ସେବାକୁ ବାଦ୍‌ ଦେଇ ଅନ୍ୟାନ୍ୟ ଦୋକାନ ବଜାର ସବୁ ବନ୍ଦ ରହିଛି।

ଖବର ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ରାସ୍ତା ଶୀଘ୍ର ମରାମତି ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି। ରେଢାଖୋଲରେ ଜରୁରୀ ସେବାକୁ ବାଦ୍ ଦେଇ ଅନ୍ୟାନ୍ୟ ଦୋକାନ ବଜାର ସବୁ ବନ୍ଦ ରହିଛି। ୫୫ ନମ୍ବର ଜାତୀୟ ରାଜପଥ ରାଜଧାନୀ ସମେତ କଟକକୁ ସଂଯୋଗ କରୁଥିବା ଏକମାତ୍ର ରାଜପଥ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ରାସ୍ତା ଖରାପ ଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛି ନାଗରିକ କମିଟି।

Related Posts