ଆସନ୍ତା ୫ ତାରିଖରୁ ରାଜ୍ୟରେ ଗାଳିବ ବର୍ଷା

ଭୁବନେଶ୍ୱର : କିଛି ଦିନ ପରେ ପୁଣି ଥରେ ରାଜ୍ୟରେ ସକ୍ରିୟ ହୋଇଉଠିବ ମୌସୁମୀ । ପୁଣି ଆରମ୍ଭ ହୋଇଯିବ ବର୍ଷା । ଆସନ୍ତା ୫ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ବଢିବ। ମୌସୁମୀର ନିମ୍ନ ଚାପରେଖା ଦକ୍ଷିଣ ଆଡକୁ ମୁହାଁଇଛି । ହିମାଳୟ ପାଦଦେଶରୁ ଏହା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଆଗକୁ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୫ରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ଭାରି ବର୍ଷା ହେବାର ସମ୍ଭାବନା ଅଛି ।

୬ରେ ମଧ୍ୟ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୬ରେ ୫ ଜିଲ୍ଲାରେ ଅତି ପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ସେହିଭଳି ୭ରେ ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Related Posts