ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବନ୍ଦ ରହିଛି ସମ୍ବଲପୁର । ନାଗରିକ କମିଟିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଛି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଏବଂ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଉଛି।
ତେବେ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦପାଳନ ୧୨ ଘଣ୍ଟା ଧରି ଚାଲିବ। ଏହି ବନ୍ଦ ପାଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରିଛି। ବନ୍ଦ ସମୟରେ ଗାଡି ଚଳାଚଳା ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ତେବେ ପରୀକ୍ଷା ପାଇଁ ହେଉଥିବା ଯାତାୟତ ଓ ଗାଡି ଚାଳନା ବନ୍ଦରୁ ବାଦ୍ ଦିଆଯାଇଛି।
ବନ୍ଦ ଡାକରାକୁ ନେଇ ଅନେକ ସ୍ଥାନରେ ପୋଲିସ ମୁତୟନ ହେବା ସହ ରାସ୍ତା ଘାଟ ଶୁନଶାନ୍ ରହିଛି ।





