ମଝି ସମୁଦ୍ରରେ ହୁତ ହୁତ ହୋଇ ଜଳିଳା ଜାହାଜ, ୧୪ ଜୀବନ୍ତ ଦଗ୍ଧ

ସତ୍ୟପାଠ ବ୍ୟୁରୋ : ଋଷ ଜଳଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଭାରତ, ତୁର୍କୀ ଓ ଲିବ୍ୟାର ସଦସ୍ୟମାନଙ୍କୁ ନେଇ ଯାଉଥିବା ୨ଟି ଜଳ ଜାହାଜରେ ନିଆଁ ଲାଗି ବ୍ୟାପକ କ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡରେ ଭାରତୀୟଙ୍କ ସମେତ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି ।

ତେବେ ଉଭୟ ଜାହାଜରେ ତାନଜିନିଆ ପତାକା ଲାଗିଥିବା ବେଳେ ଗୋଟିଏ ଜାହାଜରେ ଲିକ୍ୟୁଫାଏଡ ପ୍ରାକୃତିକ ଗ୍ୟାସ ଓ ଅନ୍ୟଟିରେ ଟ୍ୟାଙ୍କର ରହିଥିଲା । ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ତେଲ ନିଆଯାଉଥିବା ବେଳେ କୌଣସି କାରଣରୁ ଜାହାଜରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ଜଣଙ୍କୁ ଋଷ ତଟରକ୍ଷୀ ବାହିନୀ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।

Related Posts