ବିଧାୟକ ପଦ ଛାଡିଲେ ଯୋଗେଶ

ସତ୍ୟପାଠ ବ୍ୟୁରୋ : ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଗତ ୧୭ ତାରିଖରେ କଂଗ୍ରେସରୁ ନିଲମ୍ବନ ହେବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ ।

ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରୁଛନ୍ତି ଯୋଗେଶ ସିଂ

ସୂଚନା ଯୋଗ୍ୟ ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ଯୋଗେଶ ସିଂଙ୍କ ନାଁ ନେଇ ବି ଚର୍ଚ୍ଚା ହେଉଥିଲା । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ତେବେ ସେ ଆସନ୍ତା ୨୪ ତାରିଖରେ ନବ ଦାସଙ୍କ ସହ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts