ଘାଟି ନେଲା ଜୀବନ : ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା, ସରକାରଙ୍କ ଅନୁକମ୍ପା ରାଶି ଘୋଷଣା

ସତ୍ୟପାଠ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଇଗୁଡା ଘାଟିରେ ଯାତ୍ରୀବାହି ଟ୍ରକ ଓଲଟି ୧୨ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହିଁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଆଉ ୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଉ ୫ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି ।

ଆଜି ସକାଳେ ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖା ଯାଇନଥିଲା । ଫଳରେ ଯାତ୍ରୀ ନେଇ ଗୋଦାପୁରରୁ ବ୍ରାହ୍ମଣୀଗାଁ ଯାଉଥିବା ଯାତ୍ରୀବାହୀ ୪୦୭ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘାଟି ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା ଟ୍ରକଟି । ସେପଟେ ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିବହନ ମନ୍ତ୍ରୀ ନୃସିଂହ ସାହୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts