1993 ମୁମ୍ବାଇ ବିସ୍ଫୋରଣ ଘଟଣା : ଦାଉଦ ଇବ୍ରାହିମର 4 ସହଯୋଗୀ ଗିରଫ

ଗାନ୍ଧୀନଗର: 1993 ମୁମ୍ବାଇ ବିସ୍ଫୋରଣ ମାମଲାରେ ବଡ଼ ସଫଳତା। ଆତଙ୍କବାଦୀ ନିରୋଧୀ ଦଳ (ATS) ହାତରେ ଲାଗିଲେ ଅଭିଯୁକ୍ତ । ଆଜି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀଙ୍କୁ ଗିରଫ କରିଛି ଗୁଜୁରାଟ ATS । ଏହି 4 ଅଭିଯୁକ୍ତଙ୍କୁ ଅହମ୍ମଦାବାଦରୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ 3 ଜଣଙ୍କ ନାମ ୟୁସୁଫ ବଟକା, ଅବୁ ବକର, ସଏଦ କ୍ୟୁରେସୀ ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ରହିଛି ।

ATS DIG କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦାଉଦର ଏହି ସହଯୋଗୀମାନେ ନକଲି ପାସପୋର୍ଟ ମାଧ୍ୟମରେ ଅହମ୍ମଦାବାଦରେ ପହଞ୍ଚିଥିଲେ । ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ନକଲି ପାସପୋର୍ଟ ମଧ୍ୟ ଜବତ କରାଯିବା ସହ ଏମାନଙ୍କ ବିରୋଧର ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି । 1993 ବିସ୍ଫୋରଣରେ ଏମାନଙ୍କ ମଧ୍ୟରୁ କିଏ ପ୍ରତ୍ୟେକ୍ଷ ଭାବେ ଜଡିତ ଥିଲେ ତାହା ପଚରାଉଚୁରା ପରେ ଜଣାପଡିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଫିଆ ଡନ ଦାଉଦ ଇବ୍ରାହିମ ଘଟଣା ପରେ ଭାରତରୁ ଫେରାର ହୋଇଯାଇଛି । ସମୟ କ୍ରମେ ତା ବିରୋଧରେ ସମ୍ପତ୍ତି ଜବତ ପରି ଏକାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର । ଆଜି ଗିରଫ ହୋଇଥିବା ସହଯୋଗୀ ଆତଙ୍କବାଦୀମାନେ ଦାଉଦର ଅତି ନିକଟତର ବୋଲି ମଧ୍ୟ ସୂଚନା ମିଳିଛି ।

ତେବେ ସହଯୋଗୀ ଙ୍କ ସହାୟତାରେ ATS ହାତରେ ଦାଉଦ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଲାଗିପାରେ ବୋଲି ମଧ୍ୟ ଆଶା କରାଯାଉଛି ।

Related Posts