2 ଆମେରିକୀୟଙ୍କୁ ଅର୍ଥନୀତି ନୋବେଲ୍‌

ଦୁଇ ଜଣ ଆମେରିକୀୟ ପାଇବେ ଅର୍ଥନୀତିରେ ନୋବେଲ୍‌ । ଏମାନେ ହେଉଛନ୍ତି ୱିଲିୟମ ଡି. ନର୍ଧସ ଓ ପଲ୍ ଏମ୍‍ ରୋମେର । ଡି. ନର୍ଧସ ୟାଲେ ବିଶ୍ୱବିଦ୍ୟାଳୟ ଓ ରୋମେର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ରୟାଲ ସ୍ୱିଡିଶ୍‍ ଏକାଡେମୀ ଅଫ ସାଇନ୍ସର ଘୋଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ସହ ବୈଷୟିକ ଜ୍ଞାନକୌଶଳରେ ପରିବର୍ତ୍ତନ ଓ ସୂକ୍ଷ୍ମ ଅର୍ଥଶାସ୍ତ୍ର ବା- ମାଇକ୍ରୋ ଇକୋନୋମିକ୍ସ ଉପରେ ଏହାର ପ୍ରଭାବର ବିଶ୍ଲେଷଣ ପାଇଁ ଡି. ନର୍ଧସ ଓ ରୋମେରଙ୍କୁ ମିଳିବ ଅର୍ଥନୀତିରେ ସର୍ବୋଚ୍ଚ ସମ୍ମାନ ।  ଉଭୟ ଏହି ବିଶ୍ଲେଷଣ ମାଧ୍ୟମରେ ପ୍ରକୃତି ଓ ବଜାର ଅର୍ଥନୀତି ମଧ୍ୟରେ ସମ୍ପର୍କର ଏକ ମଡେଲ୍‌ ପ୍ରସ୍ତୁତ କରିଛନ୍ତି । ଏଥିରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅର୍ଥନୀତିରେ ହେଉଥିବା କ୍ଷୟକ୍ଷତିକୁ ରୋକିବାର ବାଟ କୁହାଯାଇଛି । ପୁରସ୍କାର ରାଶି ଭାବେ ଉଭୟଙ୍କୁ ୧୦.୧ ନିୟୁତ ଆମେରିକୀୟ ଡଲାର ମିଳିବ ।

Related Posts