ଆସନ୍ତା ୧୨ ତାରିଖରୁ ଛାତ୍ରଛାତ୍ରୀମାନେ +୨ ନାମଲେଖା ପାଇଁ କରିପାରିବେ ଆବେଦନ

sazmerr

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତେବେ ସାମ୍ସ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହା ସହ ଚଳିତ ବର୍ଷ କୌଣସି ଆଡମିଶନ ଫି’ ବୃଦ୍ଧି ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା ।

ସେଥିମଧ୍ୟରୁ ମୋଟ ୩୮ ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ସେହିପରି ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୩ ହଜାରକୁ ଅନୁମତି ଦିଆଗଲା । ବାଣିଜ୍ୟରେ ୪ ହଜାର ଆବେଦନରୁ ମୋଟ ୩୯୦୦ସିଟକୁ ଅନୁମତି ଦିଆଯାଇଛି । ସେହିପରି ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୭୨ ହଜାର ଆବେଦନ ଆସିଥିଲା । ସେଥିମଧ୍ୟରୁ ୫୪ ହଜାର ୯ ଶହ ସିଟ ବୃଦ୍ଧି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Related Posts