କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ସାରା ଦେଶରେ କମିଲା ପ୍ରାୟ ୭ ହଜାର କରୋନା ମାମଲା

corona sankraman

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ଆୟତ୍ତ୍ୱ ହେବାରେ ଲାଗିଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ୪୦ ହଜାରରୁ କମ ନୂଆ କରୋନା ମାମଲା ରୁଜୁ ହୋଇଛି । ଗତ ୨୪ ଘଣ୍ଟାରେ ୨୮ ହଜାର ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୩୭୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୪୧ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରିପକ୍ଷରେ ନୂତନ ରୋଗ ତୁଳନାରେ କରୋନା ରୋଗୀଙ୍କ ପୁନରୁଦ୍ଧାର ହାର ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ କରୋନା ପୁନରୁଦ୍ଧାର ହାର ୯୭.୪୯% କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୨୮,୨୦୪ ଟି ନୂଆ ମାମଲା ରୁଜୁ ହୋଇଛି। ଅର୍ଥାତ୍ ଗୋଟିଏ ଦିନରେ ପ୍ରାୟ ୭୦୦୦ କରୋନା ମାମଲା ହ୍ରାସ ପାଇଛି ।

ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୯ ଲକ୍ଷ ୯୮ହଜାର ୧୫୮ରେ ପହଞ୍ଚିଛି। ଏହାକୁ ଛାଡି ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୮ ହଜାର ୬୮୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୧ ଲକ୍ଷ ୮୦ହଜାର ୯୬୮ରେ ପହଁଚିଛି। ଅନ୍ୟପଟେ ବର୍ତ୍ତମାନ ଦେଶରେ ୩୮୮୫୦୮ଟି ସକ୍ରିୟ ମାମଲା ରହିଛି । କେବଳ ଏତିକି ନୁହେଁ ବରଂ ହ୍ୱାଟସଆପରେ ଟିକା ପ୍ରମାଣପତ୍ର ଉପଲବ୍ଧ ମଧ୍ୟ ହେଉଛି ।

ତେବେ ଟିକା ପ୍ରମାଣପତ୍ର ପାଇବା ପ୍ରକ୍ରିୟାକୁ ସହଜ କରିବାକୁ ସରକାର ଏପରି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଯାହାଫଳରେ ବର୍ତ୍ତମାନ କିଛି ସେକେଣ୍ଟରେ ହ୍ୱାଟସଆପ ମାଧ୍ୟମରେ କରୋନା ଟୀକାକରଣ ପ୍ରମାଣପତ୍ର ମିଳିପାରୁଛି । ସାର୍ଟିଫିକେଟ ପାଇବାକୁ ହେଲେ ମୋବାଇଲରେ ୯୦୧୩୧୫୧୫୧୫ ନମ୍ବର ଡାଏଲ କରିବା ପାଇଁ ପଡିବ ।

Related Posts