ରେଡ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

biju patniak

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରେଡ ଆଲର୍ଟରେ ରହିଛି ଭୁବନେଶ୍ୱର ବିମାନବନ୍ଦର । ତେବେ ଦିଲ୍ଳୀ ବିମାନବନ୍ଦରରେ ବିସ୍ପୋରଣ ନେଇ ଧମକ ପରେ ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ତେଣୁ ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ସ୍ୱତନ୍ତ୍ର ଝଙଚ ମଧ୍ୟ ଜାରି କରାଯାଇଛି ବୋଲି ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । ଅପରିପକ୍ଷରେ ଅଗଷ୍ଟ ଅଗଷ୍ଟ ୧୦ତାରିଖରୁ ୨୦ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନନ୍ଦର କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ।

ଏପରିକି ବିମାନବନ୍ଦରରେ ଚେକିଂକୁ ଅଧିକ କଡାକଡା କରାଯାଇଛି । ଟର୍ମିନାଲକୁ ଏଣ୍ଟ୍ରି ପାଇଁ ଭିଜିଟର ପାସ ମଧ୍ୟ ଦିଆଯାଉ ନାହିଁ । ଯାତ୍ରୀଙ୍କ ବ୍ୟତୀତ ଆଉ କାହାରିକୁ କିଛି ଦିନ ପାଇଁ ଟର୍ମିନାଲ ଭିତରକୁ ପ୍ରବେଶ ପାଇଁ ଅନୁମତି ନାହିଁ । ଅନ୍ୟପଟେ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିଲା । ପୋଲିସକୁ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା ।

ଏହି ଇମେଲରେ ଲେଖାଯାଇଥିଲା କରଣବୀର ସୁରୀ ଆକା ମହମ୍ମଦ ଜାଲାଲ ଏବଂ କରଣବୀର ସୌରୀଙ୍କ ପତ୍ନୀ ଶୈଲି ଶାରଦା ଆକା ହସେନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ବିମାନବନ୍ଦର ଉପରେ ବୋମା ପକାଇବାକୁ ଯୋଜନା କରୁଛନ୍ତି । ତେବେ ଅଲକାଏଦା ନାମରେ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସମାନ ଧମକ ଆସିଥିଲା ।

Related Posts