(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ତେବେ ଅପରାହ୍ନ ୧ଟାରେ CHSE କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ orissaresults.nic.inରେ ସେମାନଙ୍କ ରେଜଲ୍ଟ ପାଇପାରିବେ। ଅପରିପକ୍ଷରେ ଚଳିତ ବର୍ଷ କଳାରେ ରେଗୁଲାର ପାସ୍ ହାର ୯୮.୫୮% ରହିଛି। ମୋଟ ୧,୮୯,୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧,୮୬,୬୮୫ ଜଣ ପାସ୍ କରିଛନ୍ତି। ୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧୦,୦୭୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।
୯୫ ଜଣ ଛାତ୍ରଛାତ୍ରୀ ୯୦% ଉପରେ ନମ୍ବର ରଖିଛନ୍ତି। ଯୁକ୍ତ ଦୁଇର ୩ ଲକ୍ଷ ୪୫ ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଛି । ତେବେ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ଏବଂ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କର ମୂଲ୍ୟାଙ୍କନ କରାଯାଇଛି ।