ଏକା ସାଂଗରେ ଜନ୍ମ ପୁଣି ଏକା ଦିନରେ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ବେନ୍ତପୁର ଗାଁରେ ଶୋଇଥିବା ବେଳେ ଅଘଟଣ ଘଟିଛି । ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ୨ଯାହାଁଳା ଭଉଣୀଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଘରେ ୨ଜଣ ଯାଆଁଳା ଭଉଣୀ ଶୋଇଥିଲେ । ସେହି ସମୟରେ ୨ଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ ଦୁଇ ଭଉଣୀ ଗୁରୁତର ହୋଇପଡ଼ିଥିଲେ । ଆଜି ଭୋରୁ ପରିବାର ଲୋକେ ଦେଖିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କଟକ ନେବା ବାଟରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଯାଆଁଳା ଭଉଣୀଙ୍କ ବୟସ ୧୨ବର୍ଷ ହୋଇଥିବା ଜଣାପଡ଼ିଛି  । ମୃତକ ଦୁଇ ଭଉଣୀ ହେଲେ ସୁମନ୍ତ ସାହୁଙ୍କ ଯାଆାଁଳା ଝିଅ ସୁଜାତା ସାହୁ ଓ ରୋଜାଲିନ ସାହୁ ।

Related Posts