ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ବଜ୍ରପାତରେ ୨ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସୁରେଖାଦେଇପୁର ଏବଂ ରାଇବନ୍ଧ ଗ୍ରାମରେ ଅଘଟଣ । ବଜ୍ରପାତ ଘଟି ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନିଜ ଗ୍ରାମରେ ଥିବା ଚାଷ ଜମିରେ କାମସାରି ଫେରୁଥିବାବେଳେ, ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ଦୁଇଜଣ ହେଲେ ରାଇବନ୍ଧର ଟିକିନା ସ୍ୱାଇଁ ଏବଂ ସୁରେଖାଦେଇପୁର ଗ୍ରାମର କୁମାରୀ ପ୍ରଧାନ । ଘଟଣାସ୍ଥଳରୁ ଗ୍ରାମବାସୀ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts