ପଞ୍ଜାବ ପଟିଆଲା ସେଣ୍ଟ୍ରାଲ ଜେଲ୍‌ ମଧ୍ୟରୁ ଜବତ ହେଲା ୧୯ ମୋବାଇଲ

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ସେଣ୍ଟ୍ରାଲ ଜେଲ୍‌ରେ ମୋବାଇଲ ଜବତ । ରବିବାର ଅଚାନକ ଅଧିକାରୀମାନେ ଚଢାଉ କରିଥିବା ବେଳେ, ଜେଲ୍ ମଧ୍ୟରୁ ମୋବାଇଲ ଜବତ ହୋଇଛି। ଏହି ଯାଞ୍ଚ ସମୟରେ ଜେଲ୍‌ରୁ ୧୯ଟି ମୋବାଇଲକୁ ଜବତ କରାଯାଇଛି ।

କଏଦୀମାନେ ଏହି ମୋବାଇଲ ଗୁଡ଼ିକୁ କାନ୍ଥ ମଧ୍ୟରେ ଛୋଟ ଛୋଟ ସୁଡଙ୍ଗ କରି ଲୁଚେଇ ରଖିଥିବା ଜଣାପଡ଼ିଛି । କାହା ସହିତ ଯୋଗାଯୋଗ କରିବା ଲାଗି ଏହି ମୋବାଇଲ ବ୍ୟବହାର ହୋଇଛି ସେ ସମ୍ପର୍କରେ ତଦନ୍ତ କରୁଛି ପୋଲିସ ।

ଜେଲରେ ସଜା କାଟୁଥିବା କଏଦୀମାନେ ମୋବାଇଲର ବ୍ୟବହାର କରୁଥିବା ନେଇ ଲଗାତାର ଖବର ସାମନାକୁ ଆସିଥାଏ । ଜେଲ ପ୍ରଶାସନର କଡା ପଦକ୍ଷେପ ସତ୍ତ୍ବେ ମୋବାଇଲ ଲୁଚାଇଭା ଲାଗି କଏଦୀମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି । ହଠାତ ଯେତେବେଳେ ଜେଲ୍‌ରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ କଏଦୀମାନେ ଭୟଭୀତ ହୋଇଯାଇଥିଲେ । ଯାଞ୍ଚ ସମୟରେ ଜେଲ୍‌ରୁ ୧୯ଟି କି-ପ୍ୟାଡ୍‌ ମୋବାଇଲ ମିଳିଥିଲା । ଏଗୁଡିକୁ କାନ୍ଥ ମଧ୍ୟରେ ଛୋଟ ଛୋଟ ସୁଡଙ୍ଗ କରାଯାଇ ଅତି ଚତୁରତାର ସହିତ ଲୁଚାଯାଇଥିଲା ।ମୋବାଇଲ ଗୁଡ଼ିକ ଜବତ ହେବା ପରେ ଅଧିକାରୀମାନେ ଏହାକୁ ଯାଞ୍ଚ ପାଇଁ ପଠାଇଛନ୍ତି । ଏଥିରୁ କଏଦୀମାନେ କାହା ସହିତ ଯୋଗାଯୋଗ କରିଛନ୍ତି ସେ ନେଇ ଯାଞ୍ଚ କରୁଛି ପୋଲିସ ।

ସୂଚନା ଥାଉ କି ଫରିଦକୋଟ ଜେଲର ସୁପରିଟେଣ୍ଡେଣ୍ଟ ବିନି ଢାଙ୍ଗ ଜେଲକୁ ଡ୍ରଗ୍ସ ନେଇ ଯାଉଥିବାର ଧରା ପଡିଥିଲେ । ତାଙ୍କ ନିକଟରୁ ୮୦ ଗ୍ରାମର ହେରୋଇନ ଜବତ ହୋଇଥିଲା ।

Related Posts