ବ୍ରହ୍ମପୁର ବଡବଜାର ଥାନା ସ୍ଥିତ ମାର୍କେଟ କଂପ୍ଲେକ୍ସରୁ ବିପୁଳ ପରିମାଣର ଗୁଟଖା ଜବତ: ଜଣେ ଅଟକ

ବ୍ରହ୍ମପୁର: ବିପୁଳ ପରିମାଣର ଗୁଟଖା ଜବତ କରିଛି ପୁଲିସ୍ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଏକ କଂପ୍ଲେକ୍ସରେ ଗଚ୍ଛିତ ଥିବାନେଇ ପୋଲିସ ଖବର ପାଇବା ପରେ ଅତର୍କିତ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ବିନାୟକ ଭବନ ଗଣେଶ କଂପ୍ଲେକ୍ସରୁ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି ।

ବିଭିନ୍ନ ବ୍ରାଣ୍ଡର ୨୬ ବସ୍ତା ଗୁଟୁଖା ଏଠାରେ ଗଚ୍ଛିତ ଥିଲା। ପ୍ରତି ବ୍ୟାଗରେ ୩୦ କିଲୋ ଗୁଟଖା ଥିବା ବେଳେ ମୋଟ ୭୮୦ କିଲୋ ଗୁଟୁଖା ଜବତ କରିଥିବା ପୁଲିସ୍ ସୂଚନା ଦେଇଛି । ଗୁଟଖା ସହ ଗୁଟୁଖା ପ୍ରସ୍ତୁତ ଉପକରଣ ସାମଗ୍ରୀକୁ ମଧ୍ୟ ପୁଲିସ୍ ଜବତ କରିଛି । ଏଥିରେ ଜଡ଼ିତ ଟୁକୁନା ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Related Posts