୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ, ଜିତିଲେ ୧୦-୧୫ ବର୍ଷ ଶାସନରେ ରହିବୁ : ଜୟଦେବ ଜେନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ନିର୍ବାଚନକୁ ନେଇ ବୟାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ତେବେ ୨୦୨୪ କଂଗ୍ରେସ ଦଳ ପାଇଁ ଶେଷ ସୁଯୋଗ ହେବ ବୋଲି କହିଛନ୍ତି ଜୟଦେବ ଜେନା ।କଂଗ୍ରେସକୁ ନେଇ କିଛି ଏଭଳି ଭବିଷ୍ୟବାଣୀ ସେ କରିଛନ୍ତି। ସେ ଆହୁରୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ବିଜେପି ଆଉ ବିଜେଡି ଏକାଠି ହୋଇ ରହିଛନ୍ତି । ଏହି ଦଳ ପରସ୍ପରକୁ ବାହାରେ ବିରୋଧ କରୁଥିବା ବେଳେ ଭିତରେ ସେମାନେ ମିଳିତ ଭାବରେ କାମକରୁଛନ୍ତି । ଏହା କଂଗ୍ରେସ ପାଇଁ ଏକ ବିରାଟ ସୁଯୋଗ। କଂଗ୍ରେସ ହିଁ ରାଜ୍ୟରେ ଏକ ମାତ୍ର ବିକଳ୍ପ ତେଣୁ ଏହି ଦୃଷ୍ଟିରୁ କଂଗ୍ରେସ ପାଖରେ କେବଳ ଗୋଟିଏ ଶେଷ ସୁଯୋଗ ରହିଛି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯଦି ଆମେ ୨୦୨୪ ନିର୍ବାଚନ ଜିତିଲୁ ତେବେ ୧୦ରୁ ୧୫ ବର୍ଷ ଆମର ହିଁ ଶାସନ ରହିବ ।ଏହା କଂଗ୍ରେସ କର୍ମୀ ମାନଙ୍କ ପାଇଁ ଏକ ଆହ୍ୱାନ ହୋଇ ପାରେ ବୋଲି ବିଶ୍ୱାସ କରାଯାଉଛି ।

ତେବେ ଦୀର୍ଘଦିନ ଧରି କଂଗ୍ରେସ ଦଳ ମଧ୍ୟରେ ଯେଉଁ ମତଭେଦ ଓ ଗୋଷ୍ଠୀ କନ୍ଦଳ ଚାଲି ଆସିଛି ଏହାର ଫଳ ସ୍ୱରୁପ କଂଗ୍ରେସ ରାଜ୍ୟ ରାଜନୀତିରେ ୩ ନମ୍ବର ସ୍ଥାନକୁ ଚାଲି ଆସିଛି । ଜୟଦେବ ଜେନାଙ୍କ ଏହି ବକ୍ତବ୍ୟ ପରେ ରାଜ୍ୟ କଂଗ୍ରେସ କେତେ ଏକଜୁଟ ହୋଇ ଆଗାମୀ ନିର୍ବାଚନ ଲଢ଼ୁଛି ତାହା ଦେଖିବାକୁ ବାକି ରହିଲା।

Related Posts