ସମୀକ୍ଷା ପରେ ଭିସୁଟ ର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ ।ଉଭୟ ଭିସୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହାପରେ ଭିସୁଟର ବିକାଶ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହା ସହିତ କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଜମି ଦେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଖୁବଶୀଘ୍ର ଭିସୁଟ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ମୁଖ୍ୟଶାସନ ସଚିବ ଆହୁରି କହିଛନ୍ତି ଯେ, ଭିସୁଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ହଜାରରୁ ୧୦ହଜାରକୁ ବୃଦ୍ଧି କରାଯିବାକୁ ଯୋଜନା ରହିଛି । ଏହା ସହିତ ଆହୁରି ୮୦ଏକର ଜମି ମଧ୍ୟ ଭିସୁଟକୁ ମିଳିବ । ସମଲେଇ ମନ୍ଦିର ଖୁବଶିଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେଉଥିବା ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି । ଏହା ମଧ୍ୟ ଜଲଦି ସରିଯିବ । ସେହିଭଳି ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ସର୍ଭେ ଏକ ରୁଟିନ୍ ପ୍ରକ୍ରିୟା । ଡ୍ୟାମ୍ ସୁରକ୍ଷା ବିଭାଗ ଏହାର ତଦାରଖ କରିଥାଏ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Related Posts