୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା; ଆଜି ବର୍ମିଂହାମ ଟ୍ରାକକୁ ଓହ୍ଲାଇବେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଜି ରାଜ୍ୟଗୋଷ୍ଠୀ କ୍ରୀଡା ଇଭେଣ୍ଟରେ ଟ୍ରାକ ଆଣ୍ଡ ଫିଲ୍ଡ ଲଢେଇ ଆରମ୍ଭ ହେବ । ଏନେଇ ଆଜି ଟ୍ରାକକୁ ଓହ୍ଲାଇବେ ଓଡିଆ ଝିଅ ତଥା ଧାବିକା ଦୂତୀ ଚାନ୍ଦ ।୧୦୦ ମିଟର ହିଟରେ ବର୍ମିଂହାମ ଟ୍ରାକରେ ଦୌଡିବେ ଦୂତୀ ଚାନ୍ଦ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତୀ ଭଲପ୍ରଦର୍ଶନ କରିବା ନେଇ ସମଗ୍ର ଓଡିଶା ଓ ଭାରତ ଆଶାବାଦୀ ରହିଛି । ଟୋକିଓ ଅଲମ୍ପିକ୍ସରେ ଦୂତୀ ସମସ୍ତଙ୍କୁ ନିରାଶ କରିଥିଲେ । ଦୂତୀ ଆଜି ପଦକ ଜିତିବା ଲକ୍ଷ୍ୟ ରଖି ଟ୍ରାକକୁ ଓହ୍ଲାଇବେ ଓ ଓଡିଶାବାସୀଙ୍କ ସମ୍ମାନକୁ ଦ୍ବିଗୁଣିତ କରିବାକୁ ଆଜି ଟ୍ରାକରେ ଦକ୍ଷତା ପ୍ରଦର୍ଶନ କରିବେ । ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନା ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରୀଡାବିତ ମାନଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।ଏପର୍ଯ୍ୟନ୍ତ ଭାରତକୁ ୯ଟି ପଦକ ମିଳିସାରିଛି । ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ ।

Related Posts