ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଢିବ :ଅମିତ୍ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ନେତୃତ୍ବ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ନେତୃତ୍ବରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡିକ କ୍ରମାଗତ ତୃତୀୟ ଥର ପାଇଁ ସଂସଦୀୟ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି । ବିହାରରେ ଆୟୋଜିତ ବିଜେପିର ୨ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶାହା ନିଜ ଅଭିଭାଷଣରେ ଏହା କହିଛନ୍ତି ।ସେ କହିଛନ୍ତି ଯେ ମୋଦୀଙ୍କ ଲୋକପ୍ରିୟତା ଯୋଗୁଁ ବିଜେପି ୨୦୧୪, ୨୦୧୯ରେ ବିଜୟୀ ହୋଇଥିଲା । ଆଗାମୀ ନିର୍ବାଚନରେ ବିଜେପି ଏହି ଦୁଇ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଆସନରେ ବିଜୟୀ ହେବ। ଏଥିପାଇଁ ବୁଥ ସ୍ତରରେ ସଂଗଠନକୁ ମଜଭୁତ କରାଯାଉଛି।

ଅନ୍ୟପଟେ ଦଳର ସାଧାରଣ ସମ୍ପାଦକ କହିଛନ୍ତି ଯେ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ ରହିବ।କେବଳ ଜେଡିୟୁ ନୁହେଁ ବିହାରରେ ବିଜେପିର ସମସ୍ତ ସହଯୋଗୀ ଦଳ ଏକଜୁଟ୍ ହୋଇ ୨୦୨୪ ଲୋକସଭା ଓ ୨୦୨୫ ବିଧାନସଭା ନିର୍ବାଚନ ଲଢିବେ। ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ସିଂହଙ୍କ ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ ମଧ୍ୟ ନୀତୀଶ କୁମାର ଏନଡିଏରୁ ଓହରିବା ନେଇ ହେଉଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଶନି ବାର ଓ ରବି ବାର ଦୁଇ ଦିନ ଧରି ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ବିଜେପିର ୧୧୦୦ ପ୍ରତିନିଧି ଯୋଗ ଦେଇଥିଲେ।

Related Posts