ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ୬୧ ପଦକ ସହ ଚତୁର୍ଥ ସ୍ଥାନରେ ଭାରତ

ବର୍ମିଂହାମ: ଭାରତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଧମାଲ୍ କରିଛନ୍ତି ଭାରତୀୟ ଖେଳାଳି । ମୋଟ୍ ୬୧ ପଦକ ସହ ଭାରତ ନିଜର ଅଭିଯାନ ସମାପ୍ତ କରିଛି। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୋଟ୍ ୬୧ ପଦକ ଜିତିଛି। ଏଥିରେ ୨୨ ସ୍ଵର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ କାଂସ୍ୟ ପଦକ ସାମିଲ୍। ଭାରତ ପାଇଁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ, ସାତ୍ତ୍ଵିକ ସାଇରାଜ ରେଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡି ବ୍ୟାଡମିଣ୍ଟନ ଏବଂ ଅଞ୍ଚତା ଶରତ କମଲ ଟେବୁଲ୍ ଟେନିସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜି ସାଥିୟାନ ଟେବୁଲ୍ ଟେନିସରେ କାଂସ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପୁରୁଷ ହକି ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ଭାରତ ୨୦୧୮ ଗୋଲକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୬ ସ୍ଵର୍ଣ୍ଣ ସହିତ ୬୬ ପଦକ ଜିତି ତାଲିକାର ତୃତୀୟ ସ୍ଥାନରେ ରହିଥିଲା। ଏଥର ଦଳ ସେହି ସଫଳତାକୁ ଅତିକ୍ରମ କରି ପାରିନାହିଁ। ଭାରତକୁ ସର୍ବାଧିକ ସ୍ଵର୍ଣ୍ଣ ଏବଂ ରୌପ୍ୟ କୁସ୍ତିରୁ ମିଳିଛି। ଏହି ପ୍ରତିଯୋଗିତାରେ ଭାରତ ଛଅ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ପାଞ୍ଚ କାଂସ୍ୟ ସହିତ ୧୦ ପଦକ ଜିତିଛି। ସଙ୍କେତ ସରଗର ରୌପ୍ୟ ପଦକ ଜିତି ବର୍ମିଂହାମ ୨୦୨୨ରେ ଭାରତର ଖାତା ଖୋଲିଥିଲେ।

ଭାରତ ୧୨ ବିଭିନ୍ନ କ୍ରୀଡାର ପ୍ରତିଯୋଗିତାରେ ପଦକ ଜିତିଛି। ଭାରତ କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ ଏବଂ ଟେବୁଲ ଟେନିସରେ ବ୍ୟକ୍ତିଗତ ପଦକ ତାଲିକାରେ ଶୀର୍ଷରେ ରହିଛି। ମହିଳାଙ୍କ ଫୋରଲନ ବୋଲିଂ ଟିମ୍ ସ୍ଵର୍ଣ୍ଣ ପଦକ ଜିତି ଏହି ଖେଳରେ ପ୍ରଥମ ପଦକ ସହ ଇତିହାସ ରଚିଛନ୍ତି। ପୁରୁଷ ଦଳ ରୌପ୍ୟ ପଦକ ନିଜ ନାମରେ କରିଥିଲେ।

ପଦକ ତାଲିକା

ଅଷ୍ଟ୍ରେଲିଆ

ସ୍ଵର୍ଣ୍ଣ- ୬୭, ରୌପ୍ୟ- ୫୭, କାଂସ୍ୟ-୫୪, ମୋଟ୍- ୧୭୮

ଇଂଲଣ୍ଡ

ସ୍ଵର୍ଣ୍ଣ- ୫୭, ରୌପ୍ୟ- ୬୬, କାଂସ୍ୟ-୫୩, ମୋଟ୍- ୧୭୬

କାନାଡା

ସ୍ଵର୍ଣ୍ଣ- ୨୬, ରୌପ୍ୟ- ୩୨, କାଂସ୍ୟ-୩୪, ମୋଟ୍- ୯୨

ଭାରତ

ସ୍ଵର୍ଣ୍ଣ- ୨୨, ରୌପ୍ୟ- ୧୬, କାଂସ୍ୟ-୨୩, ମୋଟ୍- ୬୧

ନ୍ୟୁଜିଲାଣ୍ଡ

ସ୍ଵର୍ଣ୍ଣ- ୨୦, ରୌପ୍ୟ- ୧୧, କାଂସ୍ୟ-୧୭, ମୋଟ୍- ୪୯

ସ୍କଟଲାଣ୍ଡ

ସ୍ଵର୍ଣ୍ଣ- ୧୩, ରୌପ୍ୟ- ୧୧, କାଂସ୍ୟ-୨୭, ମୋଟ୍- ୪୯

ନାଇଜେରିଆ

ସ୍ଵର୍ଣ୍ଣ- ୧୨, ରୌପ୍ୟ- ୯, କାଂସ୍ୟ-୧୪, ମୋଟ୍- ୩୫

ଓ୍ଵେଲ୍ସ

ସ୍ଵର୍ଣ୍ଣ- ୮, ରୌପ୍ୟ- ୬, କାଂସ୍ୟ-୧୪, ମୋଟ୍- ୨୮

ଦକ୍ଷିଣ ଆଫ୍ରିକା

ସ୍ଵର୍ଣ୍ଣ- ୭, ରୌପ୍ୟ- ୯, କାଂସ୍ୟ-୧୧, ମୋଟ୍- ୨୭

ମାଲେସିଆ

ସ୍ଵର୍ଣ୍ଣ- ୮, ରୌପ୍ୟ- ୮, କାଂସ୍ୟ-୮, ମୋଟ୍- ୨୪

Related Posts