24 ବର୍ଷ ପରେ ଦୁଷ୍କର୍ମ ଅଭିଯୋଗ

ବିବାଦରେ ଭେଟେରାନ୍‌ ଅଭିନେତା ‘ଆଲୋକନାଥ’

ଫିଲ୍ମ ତଥା ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଚେହେରା, ଭେଟେରାନ୍‌ ଅଭିନେତା ଆଲୋକନାଥଙ୍କ ବିରୋଧରେ 24 ବର୍ଷ ପରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ କରିଛନ୍ତି ପ୍ରଯୋଜିକା ତଥା ଲେଖିକା ବିଣ୍ଟା ନନ୍ଦା । ବିଣ୍ଟା ନନ୍ଦା ସୋସିଆଲ୍‌ ନେଟୱର୍କିଂ ସାଇଟ୍‌ ଫେସ୍‌ବୁକ୍‌ରେ ଏ ନେଇ ଲେଖିଛନ୍ତି । କହିଛନ୍ତି ‘ମୋତେ ଏକ ପାର୍ଟିକୁ ଡକାଯାଇଥିଲା । ସେଠାରେ ଡ୍ରିଙ୍କିସ୍‌ରେ କିଛି ମିଶାଇ ମୋତେ ପିଇବାକୁ ଦିଆଯାଇ ମୋ ସହ ଦୁଷ୍କର୍ମ କରାଯାଇଥିଲା । ସେ ଆହୁରି କହିଛନ୍ତି ଏବେ ୨୪ବର୍ଷ ପରେ ମୋର ଆତ୍ମବିଶ୍ବାସ ଫେରି ଆସିଥିବାରୁ ଏବେ ସେ ଘଟଣା ସମସ୍ତଙ୍କ ସାମ୍ନାକୁ ଆଣିଛି । ସେପଟେ ବିଣ୍ଟାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଲୋକନାଥ । କହିଛନ୍ତି, ଦୁଷ୍କର୍ମ ହୋଇଥିବ, ଆଉ କେହି କରିଥିବେ । ଆଲୋକନାଥ କହିଛନ୍ତି ଲୋକମାନେ କେବଳ ମହିଳାଙ୍କ ପକ୍ଷ ଶୁଣୁଛନ୍ତି । ସେପଟେ ବିଣ୍ଟାଙ୍କ ପେସ୍‌ବୁକ୍‌ ପୋଷ୍ଟ ଉପରେ ବିଚାର କରି ସିନେମା ଓ ଟିଭି କଳାକାର ସଂଘ ଆଲୋକନାଥଙ୍କୁ ନୋଟିସ୍‌ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ।

Related Posts