୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରେ ପୁଣି ବାଧକ ସାଜିଲା ଚୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣିଥରେ ଚୀନ ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ କରିଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଲସ୍କର ଏ ତୈୟବା ଆତଙ୍କବାଦୀ ସାଜିଦ ମୀରକୁ ଗ୍ଲୋବାଲ ଟେରୋରିଷ୍ଟ(ବିଶ୍ୱ ଆତଙ୍କବାଦୀ) ଘୋଷଣା କରିବାକୁ ଜାତିଂସଘରେ ଆସିଥିବା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଛି। ସାଜିଦ ମୀରକୁ ବ୍ଲାକ୍ ଲିଷ୍ଟ କରିବା ନେଇ ଭାରତ କହିବା ପରେ ଜାତିଂଶଘରେ ଏନେଇ ପ୍ରସ୍ତାବ ଆଣିଥିଲା ଆମେରିକା।ହେଲେ ଚୀନ ପୁଣି ଭିଟୋ ପାୱାରରେ ଏହି ପ୍ରସ୍ତାବକୁ ଅଟକାଇ ଦେଇଛି।

ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ଅଲକାଏଦା ପ୍ରତିବନ୍ଧକ ସମିତି ୧୨୬୭ରେ ସାଜିଦ ମୀରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ପଦକ୍ଷେପକୁ ଚୀନ ଅଟକାଇ ଦେଇଛି। ଆମେରିକା ଆଣିଥିବା ପ୍ରସ୍ତାବରେ ମୀରର ସମ୍ପତ୍ତି ଜବତ କରିବା, ଯାତ୍ରା ବ୍ୟାନ୍ କରିବା ଏବଂ ଅସ୍ତ୍ରଶସ୍ତ୍ରରେ ପ୍ରତିବନ୍ଧକ ଲଗାଇବା ଆଦି ଉଲ୍ଲେଖ ରହିଥିଲା।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଚୀନ ଅନେକ ଥର ଏହି ପ୍ରସ୍ତାବରେ ଅସହମତି ଦେଖାଇ ପ୍ରସ୍ତାବକୁ ଅଟକାଇ ଦେଇଛି। ଆମେରିକା ମୀର ମୁଣ୍ଡ ଉପରେ ୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିସାରିଛି। ତେବେ ଚୀନର ପ୍ରିୟ ପୋଡ଼ିଶୀ ପାକିସ୍ତାନ ମଧ୍ୟ ମୁମ୍ବାଇ ଆଟାକରେ ସାଜିଦ ମୀରଙ୍କ ଏପର୍ଯ୍ୟନ୍ତ ଗିରଫ କରି ନାହିଁ। ହେଲେ ଟେରର ପଣ୍ଡିଂ ମାମଲାରେ ମୀରକୁ ୧୫ ବର୍ଷ ଜେଲ୍ ଦଣ୍ଡ ଦେଇଛି ପାକିସ୍ତାନ। ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(FAFT)ର ଗ୍ଲେ ଲିଷ୍ଟରୁ ରକ୍ଷା ପାଇିବା ପାଇଁ ପାକିସ୍ତାନ ଏହି ପଦକ୍ଷେପ ନେଇଥିଲା।

Related Posts