ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପର ମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ପୂର୍ବାପେକ୍ଷା ଜଳ କମ ପ୍ରବେଶ କରୁଛି। ତେଣୁ ଜଳଭଣ୍ଡାରରୁ ୩ଟି ଗେଟ୍ ବନ୍ଦ କରିଦିଆଯାଇଛି। ତେଣୁ ବର୍ତ୍ତମାନ ଜଳଭଣ୍ଡାରରୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ଜଳଭଣ୍ଡାରରେ ଜଳସ୍ତର ବଢ଼ିଥିବାରୁ ପୂର୍ବରୁ ୧୦ଟି ଗେଟ ଦେଇ ଜଳନିଷ୍କାସନ ଚାଲିଥିଲା। ଆଜି ୩ଟି ଗେଟ୍ ବନ୍ଦ ହୋଇ ୭ଟି ରେ ଜଳନିଷ୍କାସନ ଚାଲିଛି।ଏଥି ମଧ୍ୟରୁ ବାମପାର୍ଶ୍ବରୁ ୪ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ହୀରାକୁଦ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ ପୂର୍ବରୁଉଭୟ ପାର୍ଶ୍ବ ସ୍ପିଲ୍ୱେ’ର ମୋଟ ୧୦ଟି ଗେଟ୍ ଦେଇ ୧,୫୦,୩୬୦ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲା। ସେହିପରି ପାୱାର୍ ଚାନେଲ୍ରେ ୩୬,୬୫୩ କ୍ୟୁସେକ୍, ବରଗଡ଼ କେନାଲ୍ରେ ୩,୭୯୮ କ୍ୟୁସେକ୍, ଶାସନ କେନାଲରେ ୬୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୧୫ କ୍ୟୁସେକ୍ ଓ ଶିଳ୍ପସଂସ୍ଥା ପାଇଁ ୨୭୩ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା
