ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋସ୍କୋ ଫାଷ୍ଟ ଟ୍ରାକ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋସ୍କୋ ଫାଷ୍ଟ ଟ୍ରାକ କୋର୍ଟ। ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ଜୋରିମାନା ନଦେଲେ ଅଧିକ ୬ ମାସ ଜେଲଦଣ୍ଡ।

ସୂଚନା ଅନୁସାରେ, ୨୦୧୮ ଅକ୍ଟୋବର ୧୯ ତାରିଖରେ ଘଟିଥିଲା ଦୁଷ୍କର୍ମ ଘଟଣା। ଟାଙ୍ଗୀ ଥାନା ଧାନବେଣୀ ଅଞ୍ଚଳରେ ହୋଇଥିଲା ଏହି ଘଟଣା।ସନ୍ଧ୍ୟା ସମୟରେ ଦୋଷୀ ୧୨ ବର୍ଷୀୟ ନାବାଳିକା କୁ ଘରୁ ଉଠାଇ ନେଇଥିଲା ଓ ନିକଟସ୍ଥ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ତେବେ କୋର୍ଟ ୧୪ ଜଣ ସାକ୍ଷୀ ଓ ୧୨ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଏବି ଓ ପୋକସୋ ଆକ୍ଟ ଧାରା ୬ ଅନୁଯାୟୀ କୋର୍ଟ ସଜ୍ଜା ଶୁଣାଇଛନ୍ତି। ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ। ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଦିଆଯିବ ଏହି କ୍ଷତିପୂରଣ।

Related Posts