ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ହୀରାକୁଦ ଡ୍ୟାମ୍ରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏହି ପକ୍ଷୀ ଗଣନାରେ ମୋଟ ୩୦ଟି ଟିମ୍ରେ ୬୦ ଜଣ ନିୟୋଜିତ ହୋଇଛନ୍ତି ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ମୋଟ ୧୫ଟି ସେକ୍ଟର ଗଠନ ହୋଇଛି । ଏହି ସବୁ ସେକ୍ଟରରେ ପକ୍ଷୀ ଗଣନା ଲାଗି ୩୦ଟି ଟିମରେ ୬୦ ଜଣ ନିୟୋଜିତ ହୋଇଛନ୍ତି | ତେବେ ଏହି ପକ୍ଷୀଗଣନା ସମୟରେ ଜଳଭଣ୍ଡାରରେ ସମସ୍ତ ପ୍ରକାରର କାର୍ଯ୍ୟକଳାପ ବନ୍ଦ ରଖାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।
ସେହିପରି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ୩୫ଟି ମତ୍ସଜୀବୀ ଡଙ୍ଗା ନିୟୋଜିତ ହୋଇଛି । ଜିଲ୍ଲା ବାହାରୁ ଏକ୍ସପର୍ଟ ନିୟୋଜିତ ହୋଇଥିବା ବେଳେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାଏଁ ପକ୍ଷୀ ଗଣନା ପାଇଁ ଟିମ୍ ଯିବ ।