ବାହାର ରାଜ୍ୟକୁ ଚାଲାଣ ବେଳେ ବଲାଙ୍ଗୀରରୁ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାହାର ରାଜ୍ୟକୁ ବେଆଇନ ଚାଲାଣ ବେଳେ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ । ବଲାଙ୍ଗିର ରେଲୱେ ଜଙ୍କ୍ସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଅଛନ୍ତି। ସମସ୍ତେ ବେଲପଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବେଲପଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ୩୦ ଜଣ ଶ୍ରମିକ ବଲାଙ୍ଗିରରୁ ସିକନ୍ଦରାବାଦ ଯାଉଥିଲେ। ଶୁକ୍ରବାର ଭୋର ସମୟରେ ଏମାନେ ଏକ ଶାରଳା ନାମକ ଘରୋଇ ବସରେ ଆସି ବଲାଙ୍ଗିରରେ ପହଞ୍ଚିବା ପରେ ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ସେମାନେ ଦାଦନ ଖଟିବାକୁ ଯାଉଥିବା ସ୍ୱୀକାର କରିଥିଲେ। ପୁଲିସ ସମସ୍ତ ଶ୍ରମିକଙ୍କୁ ଉଦ୍ଧାରକରି ଥାନାରେ ଅଟକ ରଖିଛି। ଏହାସହ ସମ୍ପୃକ୍ତ ବସକୁ ମଧ୍ୟ ଜବତ କରିଛି।

Related Posts