ମହଙ୍ଗା ପଡ଼ିଲା ଚୋରା ମଦ ବ୍ୟବସାୟୀଙ୍କ ସହ ଡ଼ିଲ, ୩ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ବଲାଙ୍ଗୀର ଏସପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଶାବେପାରୀଙ୍କ ସହିତ ସଲାସୁତୁରା କଲାବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ। ଏହି ଅଭିଯୋଗରେ ୩ କନଷ୍ଟେବଲଙ୍କୁ ବିଭାଗୀୟ ଅଧିକାରୀ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏପରି ଘଟଣା ବଲାଙ୍ଗୀରରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ବଲାଙ୍ଗୀର ସହର ସୁଡ଼ପଡାରୁ କୁଚିଆ ମଦ ବ୍ୟବସାୟୀଙ୍କୁ ୩ ପୋଲିସ କର୍ମଚାରୀ ଧରିଥିଲେ। ପରେ ସେମାନେ ତାଙ୍କ ସହ ବୁଝାମଣା କରି ଥାନାରେ ନ ଜଣାଇ ବେପାରୀଙ୍କୁ ଛାଡ଼ି ଦେଇଥିଲେ। ଏହି ଅଭିଯୋଗରେ ୩ କନେଷ୍ଟେବଲଙ୍କୁ ବଲାଙ୍ଗୀର ଏସପି ନିଲମ୍ବନ କରିଛନ୍ତି।

ନିଲମ୍ୱିତ କନଷ୍ଟେବଲ ପରିଚୟ ରମାକାନ୍ତ ସୁନା, ବିଜୟ ମୁଦୁଲି ଓ ଭୁବନ ମାଝୀ। ସେମାନେ ଏମାରଜେନ୍ସି ରେସ୍ପପନ୍ସ ୟୁନିଟ ଦାୟିତ୍ୱରେ ଥିଲେ। ରାତି ପେଟ୍ରୋଲିଙ୍ଗ କରିବା ସମୟରେ ସେମାନେ ଅଭିଯୁକ୍ତଙ୍କୁ ଧରିଥିଲେ। କିନ୍ତୁ ଏନେଇ ସେମାନେ ସ୍ଥାନୀୟ ଥାନାରେ କୌଣସି ସୂଚନା ଦେଇନଥିଲେ। ଫଳରେ ତାଙ୍କୁ ବଲାଙ୍ଗୀର ଆରକ୍ଷି ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହି ୩ କନଷ୍ଟେବଲଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିଲା। ସେପଟେ ବଲାଙ୍ଗୀରରେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଅନ୍ଯପଟେ ଏନେଇ ବଲାଙ୍ଗୀର ଏସପି କୁଶଲକର ନୀତିନ ଦଗଦୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts