OMG! ବେଙ୍ଗାଲୁରୁରେ ୩୦୦୦କୋଭିଡ ପଜିଟିଭ ରୋଗୀ ଲାପତ୍ତା, ମୋବାଇଲ ସୁଇଚ ଅଫ

karnatak

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଏପରି ମୁହୁତ୍ତରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ତେବେ କରେନାରେ ସଂକ୍ରମିତ ହୋଇଥିବା ପ୍ରାୟ ୩୦୦୦ ଲୋକ ବେଙ୍ଗାଲୁରୁରୁ ନିଖୋଜ ଅଛନ୍ତି । ନିଖୋଜମାନେ ତାଙ୍କର ମୋବାଇଲ ଫୋନକୁ ମଧ୍ୟ ଅଫ କରିଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଛି । ଅନ୍ୟପଟେ ସରକାର ନିଖୋଜମାନଙ୍କୁ ଟ୍ରାକ କରିବା ପାଇଁ ପୁଲିସଙ୍କୁ କହିଛନ୍ତି । ଏନେଇ କର୍ଣ୍ଣାଟକ ରାଜସ୍ୱମନ୍ତ୍ରୀ ଆର ଅଶୋକ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ତେବେ ରାଜ୍ୟରେ କରୋନା ସ୍ଥିତି ଆୟତ୍ତ ହୋଇ ଆସୁଥିବା ବେଳେ ନିଖୋଜ ଲୋକମାନେ ଏହାର ଅଧିକ ବିସ୍ତାର କରୁଛନ୍ତି । ଅନ୍ୟପଟେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସୁଧାକର କହିଛନ୍ତି ଗତ ବର୍ଷ ଠାରୁ ନିଖୋଜ ପ୍ରସଙ୍ଗ ଚାଲିଛି । ଲୋକଙ୍କୁ ମାଗଣା ଔଷଧ ମଧ୍ୟ ଦିଆଯାଉଛି । ଯାହା ମାମଲାକୁ ୯୦ ପ୍ରତିଶତ ନିୟନ୍ତ୍ରଣରେ ରଖିପାରିବ । କିନ୍ତୁ ସଂକ୍ରମିତମାନେ ମୋବାଇଲ ସୁଇଚ ଅଫ କରି ଦେଇଛନ୍ତି । ଯାହାଫଳରେ ସେମାନେ କେଉଁଠାରେ ଅଛନ୍ତି ତାହା ଜଣା ପଡୁ ନାହିଁ । ଏପରି ହେବା ଦ୍ୱାରା ସଂକ୍ରମଣ ଅଧିକ ବଢିବାର ଆଶଙ୍କା ରହୁଛି । ତେଣୁ ସେ ପଜିଟିଭ ପରୀକ୍ଷା କରିଥିବା ଲୋକଙ୍କୁ ମୋବାଇଲ ଫୋନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଯାହା ଫଳରେ ରୋଗୀଙ୍କ ପାଖରେ ଅତି ସହଜରେ ହସ୍ପିଟାଲ କତ୍ତୃପକ୍ଷ ପହଁଞ୍ଚି ପାରିବେ । ଗତକାଲି କର୍ଣ୍ଣାଟକରେ ୩୯,୦୪୭ ନୂଆ ମାମଲା ଆସିଥିଲା ବେଳେ ୨୨୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଏପରିସ୍ଥଳେ ସଂକ୍ରମିତ ମାନଙ୍କ ନିଖୋଜ ହେବା ଅତ୍ୟନ୍ତ ଚିନ୍ତାଜନକ ।

Related Posts