ଗତ ୨୪ ଘଣ୍ଟା ର କୋଭିଡ଼ ଅପଡେଟ – ୩.୮ ଲକ୍ଷ ପଜିଟିଭ, ୩ ହଜାର ୬ ଶହ ମୃତ

corona

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଦେଶରେ କ୍ରମାଗତ ସପ୍ତମ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୯,୨୫୭ରେ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍ ମୃତ୍ୟୁ ସଂଖ୍ୟା ୨,୬୯,୫୦୭ ହୋଇଛି। ଆମେରିକାରେ ୬.୮ ମିଲିୟନ ଆକ୍ଟିଭ କେସ୍ ସହ କରୋନା ଆକ୍ରାନ୍ତ ମାମଲାରେ ଶୀର୍ଷରେ ଥିବା ବେଳେ 3 ମିଲିୟନରୁ ଅଧିକ ମାମଲା ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତା’ ତଳକୁ ବ୍ରାଜିଲ ରହିଛି। ବୁଧବାର ଦିନ, 14 ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସର୍ବାଧିକ ଦୈନିକ କରୋନା ଆକ୍ରାନ୍ତ ରେକର୍ଡ କରିଛନ୍ତି। କର୍ଣ୍ଣାଟକ ଏବଂ କେରଳ ଯଥାକ୍ରମେ 39,047 ଏବଂ 35,103 ମାମଲା ରିପୋର୍ଟ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ 17,207, ତାମିଲନାଡୁ 16,665, ରାଜସ୍ଥାନ 16,613, ଆନ୍ଧ୍ରପ୍ରଦେଶର 14,669, ବିହାରର 13,374 ଏବଂ ହରିୟାଣା ରେ 12,444 ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହା ବ୍ୟତୀତ ବ୍ୟତୀତ ଓଡ଼ିଶାରେ (8,386), ଝାଡଖଣ୍ଡ (8,075), ଉତ୍ତରପ୍ରଦେଶ (6,054), ଗୋଆ (3,101), ହିମାଚଳ ପ୍ରଦେଶ (2,539) ଏବଂ ପୁଡୁଚେରୀ (1,258) ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଦିଲ୍ଲୀରେ 368 କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଉତ୍ତରପ୍ରଦେଶ 266 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କର୍ଣ୍ଣାଟକରେ 229 କୋଭିଡ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

Related Posts