ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ

ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମଙ୍ଗଳବାର ବିଧାନସଭାରେ ରାଜ୍ୟ ସରକାର ଏକ ବଡ଼ ପ୍ରସ୍ତାବ ଆଣିଛନ୍ତି, ଯେଉଁଥିରେ ବିଧାନସଭାରେ 33 ପ୍ରତିଶତ ମହିଳା ସଦସ୍ୟ ରହିବା କଥା କୁହାଯାଇଛି ।

ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଏକ ସଂକଳ୍ପ ପ୍ରସ୍ତାବ ଗୃହରେ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି ସଙ୍କଳ୍ପକୁ ସର୍ବସମ୍ମତିକ୍ରମେ ଅନୁମୋଦିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହେବା ପରେ କେନ୍ଦ୍ରକୁ ପଠାଯିବ । କେନ୍ଦ୍ରର ମଞ୍ଜୁରୀ ପରେ ଏହି ନିୟମ ଲାଗୁ ହେବ ।

Related Posts