
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ମୋଟ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨୩ ଜଣ ଶିଶୁ ଥିବା ସୂଚନା ମିଳିଛି । ତେବେ ଗୁରୁବାର ରାତିରେ ଥାଇଲାଣ୍ଡର ପୂର୍ବୋତ୍ତର ଅଞ୍ଚଳରେ ଏହି ଘଟଣା ଘଟିଛି । ଆତତାୟୀଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମୀ ମଧ୍ୟ ଥିବା ଜଣାପଡିଛି ।
ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ । ଏହି ଘଟଣା ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତଦନ୍ତ କରି ଅପରାଧୀଙ୍କୁ ଉଚିତ୍ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୨୦୨୦ରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା ।ଯେଉଁଥିରେ ଗୁଳିକାଣ୍ଡ ଫଳରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଥିଲେ ।