ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ଘଟଣା: ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ହୋଇଛି। ଏହି ଗୁଳି କାଣ୍ଡରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ-ଓଚା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଥାଇଲାଣ୍ଡର ଉତ୍ତର ପ୍ରାନ୍ତର ନାଙ୍ଗବୁଆ ଲମ୍ପୁରେ ଏହି ଗୁଳିକାଣ୍ଡ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ, ଯିଏ ନର୍ସରୀ ଉପରେ ଆକ୍ରମଣ କରିଥିଲେ ସେ ଜଣେ ପୂର୍ବତନ ପୋଲିସ କର୍ମଚାରୀ। ଡ୍ରଗ୍ସ ମାମଲାରେ ଆକ୍ରମଣକାରୀ ପାନ୍ୟା କାମ୍ରାବ (୩୪) ଙ୍କୁ ବରଖାସ୍ତ କରାଯାଇଥିଲା। ଗୁଳିମାନ ପରେ ଅଭିଯୁକ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଛାଡ଼ି ନ ଥିଲେ, ସେ ମଧ୍ୟ ସେମାନଙ୍କୁ ହତ୍ୟା କରିଥିଲେ। ଏସବୁ ପରେ ଆକ୍ରମଣକାରୀ ଆତ୍ମହତ୍ୟା କରିଥିଲେ। ପୋଲିସ ସୂଚନାନୁସାରେ, ବନ୍ଧୁକଧାରୀ ପ୍ରଥମେ ଡେ କେୟାରର ୫ ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ୮ ମାସର ଗର୍ଭବତୀ ଶିକ୍ଷୟିତ୍ରୀ ଥିଲେ।

ଆଜିର ଏହି ଗୁଳିମାଡ଼ ଘଟଣାରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମୃତତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ସେ ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts