ରାଜ୍ୟର ବନ୍ୟାଞ୍ଚଳ ରେ ୩୫୦ଟି ମେଡିକାଲ ରିଲିଫ ସେଣ୍ଟର ଓ ୧୨୦ ମୋବାଇଲ୍ ମେଡିକାଲ ଟିମ୍ କାମ କରୁଛନ୍ତି : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଉପୁଜିଥିବା ବନ୍ୟାସ୍ଥିତି ଭିତରେ ସ୍ବାସ୍ଥ୍ୟ ସେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ବନ୍ୟା ଅଞ୍ଚଳରେ ୩୫୦ଟି ମେଡିକାଲ ରିଲିଫ ସେଣ୍ଟରରେ ଚିକିତ୍ସା ସୁବିଧା ମିଳୁଛି। ଏହା ସହିତ ରାଜ୍ୟରେ ୧୨୦ଟି ମୋବାଇଲ୍ ମେଡିକାଲ ଟିମ୍ କାମ କରୁଛନ୍ତି। ୪୭ ହଜାର ୫ ଶହ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।୧୦ ଲକ୍ଷ ହାଲୋଜିନ ବଟିକା ବଣ୍ଟାଯିବା ସହ ୨ ଲକ୍ଷରୁ ଅଧିକ ଓଆରଏସ୍ ବଣ୍ଟା ଯାଇଛି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ବନ୍ୟା ଯୋଗୁଁ ରାଜ୍ୟରେ କିଛି ଡାଇରିଆ କେସ୍ ଅଛି, ହେଲେ ହଇଜା ନାହିଁ। ୮୮ଟି ସାପ କାମୁଡ଼ା କେସ ରିପୋର୍ଟ ଅଛି। ହେଲେ ଏଥିରେ କାହାରି ମୃତ୍ୟୁ ହୋଇନାହିଁ। ୧୪ଟି ବନ୍ୟା ପ୍ରପୀଡ଼ିତ ଜିଲ୍ଲାରୁ ୯୦୦ ଡାଇରିଆ ଏବଂ ଝାଡ଼ାବାନ୍ତି ଜନିତ କେସ୍ ଆସିଛି। କୋରାପୁଟ ଓ ରାୟଗଡ଼ାରେ ବର୍ତ୍ତମାନ ସ୍ଥିତି ଭଲ ଅଛି। ସେଠାରେ ସଠିକ୍ ଭାବରେ ଚିକିତ୍ସା ଚାଲିଛି। ବର୍ତ୍ତମାନ ସେଠାରେ ଡାଇରିଆ ଜନିତ କୌଣସି ମୃତ୍ୟୁ ହୋଇନାହିଁ।

Related Posts