ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ; ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ। ଏହି ଗସ୍ତ ସମୟରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବା ନେଇ ସୂଚନା ମିଳିଛି। ତେବେ ଆଜି ଜମାଦାରପାଲି ଏୟରଷ୍ଟ୍ରିପରେ ପହଞ୍ଚିବା ପରେ ଭିସୁଟକୁ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ। ଭିସୁଟରେ ପହଞ୍ଚି ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ସୂଚନା ଅନୁଯାୟୀ, ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଏହା ପରେ ବୈଜାମୁଣ୍ଡା ଠାରେ ଥିବା ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିବେ। ଏହାପରେ ୫ଟି ରୂପାନ୍ତରିତ ହୋଇଥିବା ସହରର ଲେଡି ଲୁଇସ ସ୍କୁଲ ପରିଦର୍ଶନ କରିବା ପରେ ମାଁ ସମଲେଇ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସାଙ୍ଗରେ SD & TE ବିଭାଗର ପ୍ରମୁଖ ସଚିବ ହେମନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।

Related Posts