ବିଜେପି ପାଇଁ କାଳ ସାଜିଲା ଜନ ଆଶୀର୍ବାଦ ଯାତ୍ରା, କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସରେ ୩୭ ମାମଲା ଦାୟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ପାଇଁ କାଳ ସାଜିଲା ଜନ ଆଶୀର୍ବାଦ ଯାତ୍ରା। କୋଭିଡ୍ ଗାଇଡଲାଇନକୁ କଡ଼ା କଡି ପାଳନ କରିବା ପାଇଁ ଉଦ୍ଧବ ଠାକରେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିପାଇଁ କୋଭିଡ -19 ନିୟମ ଉଲ୍ଲଂଘନ ଅଭିଯୋଗରେ ମୁମ୍ବାଇରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାର ଆୟୋଜକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଶୁକ୍ରବାର ଦିନ ମୁମ୍ବାଇ ପୋଲିସ ଦ୍ବାରା ବିଜେପିର ଜନ ଆଶୀର୍ବାଦ ଯାତ୍ରା ସମ୍ବନ୍ଧରେ 19 ଟି ଏଫ୍ଆଇଆର୍ ପଞ୍ଜିକୃତ କରିଥିଲା ବର୍ତ୍ତମାନ ଏହି ସଂଖ୍ୟା 36 କୁ ବୃଦ୍ଧି ପାଇଛି |

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା କରିବା) ରେ ଭିଲେ ପାର୍ଲେ, ଖେରୱାଡି, ମହୀମ, ଶିବାଜୀ ପାର୍କ, ଦାଦର, ଚେମ୍ବୁର ଏବଂ ଗୋବନ୍ଦୀ ପୋଲିସ ଷ୍ଟେସନରେ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଆଇପିସିର ଧାରା 188 ରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି।

ବିଜେପିର ଏହି ଶୋଭାଯାତ୍ରାରେ ନୂତନ ଭାବେ କେନ୍ଦ୍ର ମନ୍ତ୍ରୀ ହୋଇଥିବଖ ନାରାୟଣ ରାଣେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ବିଜେପି ନେତା ପ୍ରବୀଣ ଡାରେକର ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ସୂଚନା ଥାଉକି ମହାରାଷ୍ଟ୍ର ସରକାର ପୂର୍ବରୁ କହିଛନ୍ତି ଯେ ରାଜ୍ୟରେ ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ତେଣୁ ସରକାରଙ୍କ ଗାଇଡଲାଇନକୁ କଡା କଡି ପାଳନ କରାଯିବା ଉଚିତ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରରେ 105 ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ଏବଂ 4,365 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 6,384 ରୋଗୀ ଏହି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହିପରି ଭାବେ ରାଜ୍ୟରେ ସଂକ୍ରମଣର ମୋଟ ମାମଲା 64,15,935 କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1,35,672 କୁ ବୃଦ୍ଧି ପାଇଛି। କ୍ରମାଗତ ପଞ୍ଚମ ଦିନ ପାଇଁ ଉତ୍ତର ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ କୋଭିଡ -19 ର କୌଣସି ମାମଲା ରିପୋର୍ଟ ହୋଇନଥିବା ଜଣାପଡିଛି।

Related Posts