୧୨ ବର୍ଷୀୟ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପରେ ଗୁପ୍ତାଙ୍ଗରେ ରଡ୍ ପୁରାଇଲେ ୪ ନାବାଳକ: ପୀଡିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଦିଲ୍ଲୀର ସୀଲମପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । କାମନାରେ ଅନ୍ଧ ହୋଇ ସାଙ୍ଗ ମାନେ ଘଟାଇଛନ୍ତି ବର୍ବର କାଣ୍ଡ । ଜଣେ ୧୨ ବର୍ଷୀୟ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ୪ ନାବାଳକ ସାଙ୍ଗ । ଏତିକିରେ ମନ ମାନିଲାନି ଯେ ଅପ୍ରାକୃତିକ ସେକ୍ସ କରିବା ପରେ ନାବାଳକର ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଲେ । ଶେଷରେ ଯନ୍ତ୍ରଣା ସହି ନପାରି ହସ୍ପିଟାଲ ବେଡ୍‌ରେ ଆଖି ବୁଜିଲା ୧୨ ବର୍ଷର ପୁଅ । ଏହି କୁକର୍ମରେ ସାମିଲ ସମସ୍ତ ଅଭିଯୁକ୍ତଙ୍କ ବୟସ ମାତ୍ର ୧୦ରୁ ୧୨ ବର୍ଷ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ସୀଲମପୁର ଅଞ୍ଚଳର ୧୨ ବର୍ଷୀୟ ନାବାଳକ ସହ ୪ ଜଣ ନାବାଳକ ଅପ୍ରାକୃତିକ ସେକ୍ସ କରିଥିଲେ । ଏହି କୁକର୍ମ ଘଟାଇଥିବା ନାବାଳକଙ୍କ ମଧ୍ୟରେ ପୀଡିତଙ୍କ ଦାଦାପୁଅ ଭାଇ ମଧ୍ୟ ସାମିଲ ଥିଲା । ସେମାନେ ପ୍ରଥମେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିଲେ । ଏହାପରେ ତାଙ୍କର ପ୍ରାଇଭେଟ ପାର୍ଟ ବା ଗୁପ୍ତାଙ୍ଗରେ ରଡ୍ ପୁରାଇ ଦେଇଥିଲେ । ଗୁରୁବାର ଅବସ୍ଥାରେ ପରିବାର ଲୋକେ ପୀଡିତଙ୍କୁ ଏଲଏନଜେପି ହସ୍ପିଟାଲକୁ (LNJP hospital) ନେଇଥିଲେ । ହେଲେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେପୋଲିସ ପୀଡିତଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲା । କିନ୍ତୁ ଘଟଣା ସମ୍ପର୍କରେ ସେମାନେ କିଛି କହିବାକୁ ମନା କରିଦେଇଥିଲେ । ପରେ ସାମାଜିକ ସଂସ୍ଥା ଦ୍ବାରା ପରିବାର ଲୋକଙ୍କ କାଉନସେଲିଂ କରାଯାଇଥିଲା ଏବଂ ସେମାନେ ବୟାନ ଦେଇଥିଲେ ।

Related Posts