‘ଘରକୁ ଆସୁଥିବା ଲକ୍ଷ୍ମୀଙ୍କୁ ପ୍ରତ୍ୟାଖାନ କରିବା ଉଚିତ୍ ନୁହେଁ’; ପାଇଲଟଙ୍କୁ ଭାଜପା ବିଧାୟକଙ୍କ ପରାମର୍ଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ରାଜନୈତିକ ସଙ୍କଟ ଜାରି ରହିଛି। ଏହାରି ମଧ୍ୟରେ ଭାଜପା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାଳିଚରଣ ସରାଫ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଭାଜପା ‘ୱେଟ ଆଣ୍ଡ ୱାଚ’ ସ୍ଥିତିରେ ରହିଛି । ତେବେ ପାଇଲଟ ଭାଜପାକୁ ଆସିବା ନେଇ ଏକ ପ୍ରଶ୍ନର ଉତ୍ତରରେ ବିଧାୟକ ସରାଫ କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ ସରକାରଙ୍କ ପତନ ଘଟେ ଏବଂ ଏଥି ପାଇଁ ଭାଜପାକୁ କେହି ସହଯୋଗ କରିନ୍ତି ତାଙ୍କ ପାଇଁ ଆମର ଦ୍ୱାର ସବୁବେଳେ ଖୋଲା ରହିଛି। ସେ ସହଯୋଗ କଲେ ଭାଜପା ମଧ୍ୟ ସହାୟତାର ହାତ ବଢ଼ାଇବ।

ତେବେ ଏହା ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ । ଯଦି ଘରେ ବସି ଲକ୍ଷ୍ମୀ ଆସନ୍ତି, ତେବେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ନୁହେଁ ବୋଲି ସେ ସଚିନ ପାଇଲାଟଙ୍କୁ ପରାମର୍ଶ ଦେଇ କହିଛନ୍ତି । ମାଲବ୍ୟ ନଗର ବିଧାୟକ ସରାଫ କହିଛନ୍ତି ଯେ କଂଗ୍ରେସ ଏକ ବୁଡ଼ିବାକୁ ଯାଉଥିବା ଜାହାଜ, ଯିଏ ଏଥିରେ ବସୁଛି ତା’ର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏପାଖ ସେପାଖ ଦୌଡୁଛି। ରାଜ୍ୟର କଂଗ୍ରେସ ସରକାରଙ୍କ ବୁଡ଼ନ୍ତା ଜାହାଜ ଏକ ମାସରେ କିମ୍ବା ୨ମାସରେ କିମ୍ବା୬ ମାସ ମଧ୍ୟରେ କେବେ ବୁଡ଼ିବ ତାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

Related Posts