ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଗଡି଼ବ ୪୦ ନୂଆ ଏସି ଡିଲକ୍ସ ବସ୍, ଖର୍ଚ୍ଚ ହେବ ୨୭ କୋଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏଥିପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱକପ୍ ଖେଳାଯିବାକୁଥିବାବେଳେ ଏହି ଦୁଇ ସହରରେ ୪୦ଟି ନୂଆ ଏସି ଡିଲକ୍ସ ବସ୍‌ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବସ୍‌ କିଣିବା ପାଇଁ ଅନୁନ୍ୟ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ବ୍ୟୟ ବରାଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକାଉଣ୍ଟ ଜେନେରାଲଙ୍କ ଆବେଦନ କରାଯାଇଛି ।

ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଅଧୀନରେ ଏହି ସରକାରୀ ବସ୍‌ ପରିଚାଳନା ହେବ। ୪୦ଟି ବସ୍‌ କିଣାଯିବା ପାଇଁ ମୋଟ ୨୬ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଖୁବ୍‌ ଶୀଘ୍ର ବସ୍‌ କିଣାଯିବା ପ୍ରକ୍ରିୟା ଆରମ୍ଭ ହେବ । ଅଧିକାଂଶ ବସ୍‌ ସମସ୍ତ ପ୍ରତିଯୋଗୀ ଦେଶର ଖେଳାଳି ଓ ସେମାନଙ୍କ ଅଫିସିଆଲ୍‌ କର୍ମଚାରୀଙ୍କୁ ନେବା ଆଣିବା କରିବ । ବିଶେଷକରି, ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାଡିୟମ ଓ ହୋଟେଲ ଯାଏ ଏସବୁ ବସ୍‌ ଗଡି଼ବ । ସେହିପରି ଭୁବନେଶ୍ୱର ସମେତ ଅନ୍ୟ ବଡ଼ ସହରରୁ ଦର୍ଶକଙ୍କୁ ରାଉରକେଲା ଆଣିବାକୁ ବସ୍‌ଗୁଡି଼କୁ ନିୟୋଜିତ କରାଯିବ ।

Related Posts