ଆଜି ଦେଶରେ 5-G ସେବାର ହେବ ଶୁଭାରମ୍ଭ

ନୂଆଦିଲ୍ଲୀ : ଆଜି ଦେଶରେ 5-G ସେବାର ହେବ ଶୁଭାରମ୍ଭ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ସେବାର ଶୁଭାରମ୍ଭ କରିବେ । ଆଜିଠାରୁ ଇଣ୍ଡିଆ ମୋବାଇଲ କଂଗ୍ରେସ ଆରମ୍ଭ ହୋଇଛି । ଅକ୍ଟୋବର ପହିଲା ଅର୍ଥାତ୍ ଆଜିଠାରୁ ୪ ଯାଏଁ ଦିଲ୍ଲୀରେ ଇଣ୍ଡିଆ ମୋବାଇଲ କଂଗ୍ରେସ ଚାଲିବ।

ଆଜି ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ରହିବେ । ପ୍ରଥମେ ମେଟ୍ରୋ ସହରରେ ଏହି ସେବା ଆରମ୍ଭ ହେବ । ପରେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଏହା ଅନ୍ୟ ସହରରେ ଆରମ୍ଭ କରାଯିବ ।

Related Posts