ଏବେ ବି ୟୁକ୍ରେନରେ ଫସି ରହିଛନ୍ତି ୫୦ ଭାରତୀୟ: କେନ୍ଦ୍ର ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏବେ ବି ୟୁକ୍ରେନରେ ଫସି ରହିଛନ୍ତି ୫୦ ଭାରତୀୟ । ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ଫେରିବାକୁ ଚାହୁଁଛନ୍ତି ବୋଲି ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖି। ତେବେ ଭାରତର ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାଶ ଜାରି ରହିଛି।ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କ ସମ୍ପର୍କରେ ସୂଚନା ଦେଇ ମୀନାକ୍ଷୀ ଲେଖି କହିଛନ୍ତି ଯେ ଗତମାସ ଶେଷ ସୁଦ୍ଧା ୨୨,୫୦୦ ଭାରତୀୟଙ୍କୁ ଯୁଦ୍ଧ ପୀଡ଼ିତ ଦେଶ ୟୁକ୍ରେନରୁ ଉଦ୍ଧାର କରାଯାଇଛି।

ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ। ଏହି ଅଭିଯାନରେ ବାୟୁସେନାର ସହଯୋଗ ନିଆଯାଇଥିଲା ବୋଲି ମୀନାକ୍ଷୀ କହିଛନ୍ତି। ରାଜ୍ୟସଭାରେ ସେ ଏଭଳି ଘଟଣାର ଆଉ ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ବିପଦ ସମୟରେ ଏଭଳି ଉଦ୍ଧାର କର୍ୟ୍ୟ ସରକାର ପ୍ରଥମ ଥର କରି ନାହାଁନ୍ତି। ଏହା ପୂର୍ବରୁ କରୋନା ମହାମାରୀ ସମୟରେ ବନ୍ଦେ ଭାରତ ଅଭିଯାନରେ ଲୋକଙ୍କୁ ବିଦେଶରୁ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ଏପର୍ୟ୍ୟନ୍ତ ୨.୯୭ କୋଟି ସେବା ପାଇଛନ୍ତି।

Related Posts