ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚର ହିସାବ ଦେଲେ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ :ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚର ହିସାବ ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିକଟରେ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆ ଯାଇଥିଲେ। ସେଥିପାଇଁ ୩୨ ଲକ୍ଷ ୯ ହଜାର ୭୬୦ ଟଙ୍କା ଖର୍ଚ୍ଚ ହୋଇଛି। ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜାପାନ ଗସ୍ତ‌ରେ ଯାଇଥିଲେ। ଜାପାନ ଗସ୍ତ ବାବଦରେ ସରକାରଙ୍କ ତହବିଲରୁ ୨୩ ଲକ୍ଷ ୮୬ ହଜାର ୫୩୬ ଟଙ୍କା ଖର୍ଚ୍ଚ ହୋଇଛି।

ଚଳିତ ବର୍ଷ ସେପ୍ଟେମ୍ବର ୨୧ରୁ ୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ୟୁରୋପ ଗସ୍ତ କରିଥିଲେ। ଏହି ଗସ୍ତ ବାବଦରେ ୨ କୋଟି ୧୫ ଲକ୍ଷ ୬୧ ହଜାର ୩୦୪ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଦ୍ବାରା ଭାରତର ଜାତୀୟ ସ୍ବାର୍ଥ ସାଧିତ ହୋଇଛି। ଏଥିସହିତ ଭାରତ ଏହାର ବିଦେଶ ନୀତିର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିପାରିଛି। ବିଭିନ୍ନ ଦେଶ ସହିତ ଭାରତର ସଂପର୍କ ମଜଭୁତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Related Posts