ଉଚ୍ଚଶିକ୍ଷା ବିଭାଗ ଉପରେ 5T ଛାଟ; ମନ୍ତ୍ରୀଙ୍କ ପରେ ବଦଳିଲେ ସଚିବ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ବିଭାଗର ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବରେ ବିଷ୍ଣୁପଦ ସେଠୀଙ୍କୁ ଦାଇତ୍ୱ ଦିଆଯାଇଛି। ତେବେ ଆଜି ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ତାଙ୍କୁ ଖରାପ ପ୍ରଦର୍ଶନ ଆଧାରରେ ହଟା ଯାଇଥିବା ସୂଚନା ମିଳିଥିଲା। ଆଉ ଏବେ ବିଭାଗର ସଚିବ ବଦଳିବା ପରେ ବିଭାଗ ଉପରେ 5T ଛାଟ ପଡ଼ିଥିବା କୁହାଯାଉଛି।

ବର୍ତ୍ତମାନ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସହିତ OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି । ବିଶାଲ ଦେବଙ୍କୁ OHPC ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ମିଳିଛି।

Related Posts