କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ହଟାତ୍ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଯାଇ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I

ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧୀନ ଅଞ୍ଚଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ଆସନ୍ତା ୨୦୨୩ ସୁଦ୍ଧା ନିର୍ମାଣ କାମ ଶେଷ ହେବ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ।

ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ ୮୦ କୋଟିର ଟ୍ରମା କେୟାର ସେଣ୍ଟର ନିର୍ମାଣ ଚାଲିଛି । ଯାହାକୁ ବୁଲି ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହାବ୍ୟତୀତ ୨୮୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପିଜିଆଇ ବ୍ଲକର ମଧ୍ୟ ସାଇଟ୍‌ ବୁଲି ଦେଖିଛନ୍ତି

Related Posts