ସାନଖେମୁଣ୍ଡି ଗମ୍ଭାରୀଗୁଡାରେ ବୁଲିଲା ଖଣ୍ଡା: ଜଣେ ଯୁବକଙ୍କୁ ଚାରିଜଣ ଅଜଣା ଯୁବକଙ୍କ ଆକ୍ରମଣ

ସାନଖେମୁଣ୍ଡି : ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ଗମ୍ଭାରୀଗୁଡାରେ ବୁଲିଛି ଖଣ୍ଡା । ଚାରିଜଣ ଅଜଣା ଅଚିହ୍ନା ଯୁବକ ଉକ୍ତ ଗାଁର ଜଣେ ଯୁବକକୁ ଆକ୍ରମଣ କରିଛନ୍ତି । ବାଇକରେ ଆସି ଉକ୍ତ ଗ୍ରାମର ନିଳାଞ୍ଚଳ ପଣ୍ଡାଙ୍କୁ ଧାରୁଆ ଅସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି ।

କିନ୍ତୁ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ହୋଇଛନ୍ତି ନିଳାଞ୍ଚଳ । କୋଙ୍କରଡାରୁ ନିଜ ଘରକୁ ଫେରୁଥିବା ବେଳେ ଗାର୍ଲ୍ସ ହାଇସ୍କୁଲ ଛକ ଠାରେ ଏହି ଯୁବକମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଆହତ ଅବସ୍ଥାରେ ତାଙ୍କୁ ଆଡପଡା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ ଏହି ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

Related Posts