ହୀରାକୁଦ ଡ୍ୟାମରେ ପୁଣି ଖୋଲିଲା ୬ଟି ଗେଟ୍‌: ୨୦ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର । ଫଳରେ ପୁଣି ଖୋଲିଲା ୬ଟି ଗେଟ୍‌। ଆଜି ସକାଳେ ୪ଟି ଗେଟ୍‌ ଖୋଲିଥିବା ବେଳେ ପରେ ୬ଟି ଗେଟ୍ ଖୋଲିଛି। ଗତକାଲି ଓ ଆଜି ମିଶି ହୀରାକୁଦ ଜଳଭଣ୍ଡାରରେ ୨୦ଟି ଖୋଲି ସାରିଲାଣି। ହୀରାକୁଦ ଜଳଭଣ୍ଡାରର ମୋଟ ୨୦ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି। ଦିନ ୧୧ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୮ ଫୁଟ୍ ରହିଥିଲା।

ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି।

ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା। ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା। ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା।

Related Posts