୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରିଲା କରଞ୍ଜିଆ ପୋଲିସ

କରଞ୍ଜିଆ: କରଞ୍ଜିଆ ପୋଲିସକୁ ମିଳିଲା ସଫଳତା | ୬ ଆନ୍ତରାଜ୍ୟ ଡକାୟତଙ୍କୁ କାବୁ କଲା ପୋଲିସ | ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ ଘଟଣାର ତଦନ୍ତ କରି ପୋଲିସ କୁ ଏହି ସଫଳତା ମିଳିଛି | ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |

ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ସେହିପରି ଜଣେ ଅଭିଯୁକ୍ତ ଯଶିପୁରର ବିଜେପି ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଡ୍ରାଇଭର ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ଏପ୍ରିଲ ୧୪ ତାରିଖରେ ସେ ଲୁଟରେ ସାମିଲ ଥିବା ଜଣାପଡ଼ିଛି ।

ସେହିପରି ଗତ ୧୦ ତାରିଖ ଦିନ ୬ଜଣ ଡକାୟତ ସିଙ୍ଗଡା ଜଙ୍ଗଲ ନିକଟରେ ଲୁଟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ସେଠାରୁ ମାତ୍ର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନ୍ୟ ତିନି ଜଣ ସେଠାରୁ ଖସି ଯାଇଥିବା ବେଳେ କରଂଜିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

Related Posts