ଝାରସୁଗୁଡ଼ାରୁ 6ଟି ସହରକୁ ଉଡ଼ିବ ବିମାନ

ଉଡ଼ାଣ ଯୋଜନାରେ ଝାରସୁଗୁଡ଼ାରୁ 6ଟି ସହରକୁ ଉଡ଼ିବ ବିମାନ । ଦିଲ୍ଲୀ, କୋଲକାତା, ରାୟପୁର, ହାଇଦ୍ରାବାଦ, ମୁମ୍ବାଇ ଓ ଭୁବନେଶ୍ବରକୁ ବାଣିଜ୍ୟିକ ବିମାନ ଉଡ଼ାଣ ଭରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଡ଼ାଣ-3 ଯୋଜନାରେ ଏହି ସବୁ ସହରକୁ ସ୍ପାଇସ ଜେଟ୍‌, ଟର୍ବୋ ଏୟାର, ଜେଟ ଏୟାରୱେଜ ସଂସ୍ଥା ସେବା ପ୍ରଦାନ କରିବ ବୋଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିପରି ଭୁବନେଶ୍ବରରୁ 4ଟି ସହରକୁ ବିମାନ ସହ ଯୋଡ଼ାଯିବ । ଭୁବନେଶ୍ବର ବିମାନବନ୍ଦରରୁ ବନାରସ, ରାଉରକେଲା, ଜଗଦଲପୁର ଏବଂ କଲାଇକୁଣ୍ଡାକୁ ବିମାନ ଉଡ଼ାଣ କରିବ । ଏଥିସହ ପ୍ରତିବର୍ଷ ଓଡ଼ିଶାକୁ 101 କୋଟି ଟଙ୍କାର BGA ସହାୟତା କେନ୍ଦ୍ର ସରକାର ଯୋଗାଇଦେବେ । ଓଡ଼ିଶା ଦେଶର ଦ୍ବିତୀୟ ରାଜ୍ୟ ଭାବେ ସର୍ବାଧିକ BGA ସହାୟତା ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Related Posts