ରସୁଣ ନାଁରେ ବିକ୍ରି ହେଉଛି ବ୍ରାଉନ୍‌ ସୁଗାର, ଫୋନ୍‌ କଲ୍‌ରେ ହୋମ୍‌ ଡେଲିଭରୀ

ଭୁବନେଶ୍ବରରୁ ଧରା ପଡ଼ିଲା ଗ୍ୟାଙ୍ଗ୍‌
ପୁଡ଼ିଆ ପିଛା 300

ଫୋନ କଲ୍‌ରେ ହୋମ ଡେଲିଭରି ହେଉଛି ବ୍ରାଉନ ସୁଗାର । ସ୍ମାର୍ଟସିଟି ଭୁବନେଶ୍ବରରେ ଏମିତି କାରବାର ଚାଲିଥିବା ନେଇ ଖୁଲାସା କରିଛି ଖୋଦ୍‌ ଅବକାରୀ ବିଭାଗ । ଶୁକ୍ରବାର ପଟିଆ ବିଗ୍‌ ବଜାର ନିକଟରୁ ଜଣେ ବିଟେକ୍ ଛାତ୍ର ଗିରଫ ହେବା ପରେ ଏକଥା ସାମ୍ମନାକୁ ଆସିଛି ।

ଗିରଫ ଛାତ୍ର ହେଲେ, ବିଶ୍ବଜିତ୍ ସ୍ବାଇଁ ଓ ତାଙ୍କ ଘର ଜଗତସିଂହପୁରରେ । ବିଶ୍ବଜିତଙ୍କ ନିକଟରୁ ଜବତ ହୋଇଛି ୬୦ ଗ୍ରାମ ବ୍ରାଉନ୍‌ସୁଗାର । ସବୁଠାରୁ ବଡ଼ କଥା ହେଲା, ଫୋନ କଲ୍‌ରେ ହୋମ ଡେଲିଭରି କରୁଥିଲେ ବିଶ୍ବଜିତ । ହୋମ ଡେଲିଭରି ବେଳେ ବ୍ରାଉନସୁଗାରର କୋଡ୍‌ ୱାର୍ଡ ଥିଲା ରସୁଣ ।

ରସୁଣ ନାଁରେ ସେ ବ୍ରାଉନ୍‌ସୁଗାର ପୁଡ଼ିଆ ଘରେ ଘରେ ଡେଲିଭରୀ କରୁଥିଲେ । ଗୋଟିଏ ଗୋଟିଏ ପୁଡ଼ିଆର ମୂଲ୍ୟ ୩ ଶହ ଟଙ୍କା ଥିଲା । ବିଶ୍ବଜିତ ଗିରଫ ପରେ ବି ତାଙ୍କ ମୋବାଇଲ ଫୋନକୁ ୩୦ରୁ ୪୦ ଫୋନ କଲ୍ ଆସିଥିଲା । ଫୋନ କଲରେ ବ୍ରାଉନସୁଗାର ପାଇଁ ଲୋକେ ଅର୍ଡର ଦେଉଥିବା ଅବକାରୀ ବିଭାଗର ଅଧିକାରୀମାନେ କହିଛନ୍ତି ।

Related Posts